Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସ୍ବାମୀ-ସ୍ତ୍ରୀଙ୍କ ଝଗଡାର ମଧ୍ୟସ୍ଥତା କରି ମାଡ ଖାଇଲେ ମହିଳା ପୋଲିସ ଅଧିକାରୀ

24/01/2020 at 11:36 AM

ଆନନ୍ଦପୁର ୨୪।୧: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପଦନପୁର ଗାଁରେ ସ୍ବାମୀ-ସ୍ତ୍ରୀ ଝଗଡାର ସମାଧାନ ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ ହୋଇଛି । ଆକ୍ରମଣରେ ଘସିପୁରା ଥାନା ମହିଳା ସବ୍ ଇନ୍ସପେକ୍ଟର ଅନୂସୟା ସେଠୀ ଆହତ ହୋଇଛନ୍ତି । ଜଣେ ଯୁବକ ଅନୂସୟାଙ୍କ ମୁହଁକୁ ମୁଥା ମାରିଥିବାରୁ ସଂପୃକ୍ତ ଯୁବକ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଆନନ୍ଦପୁର ଏସଡିପିଓ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପଦନପୁର ଗାଁର କମଳଲୋଚନ ରାଉତଙ୍କ ପୁଅ ପଦ୍ମଲୋଚନଙ୍କ ସହ ଯାଜପୁର ଜିଲ୍ଲା  ସୁକିନ୍ଦା ଗ୍ରାମର ବିଳାସ ବେଉରାଙ୍କ ଝିଅ ପଦ୍ମିନୀ ସହ ୧୦ ବର୍ଷ ତଳେ ବିବାହ ହୋଇଥିଲେ । ସ୍ବାମୀ-ସ୍ତ୍ରୀଙ୍କ ମନୋମାଳିନ୍ୟକୁ କେନ୍ଦ୍ରକରି ଗତକାଲି ପଦ୍ମିନୀଙ୍କ ପରିବାର ପଦନପୁର ଗାଁରେ ପହଞ୍ଚିବା ପରେ ଉଭୟ ପରିବାରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଖବରପାଇ ପୋଲିସ ପହଞ୍ଚି ସେଠାରୁ ଝିଅଘର ପରିବାରକୁ ସାଥିରେ ନେଇଯିବା ସମୟରେ ଜଣେ ଯୁବକ ପୋଲିସ  ଉପରେ ଆକ୍ରମଣ କରିଥିଲା । ତେବେ ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ଘଟଣାକୁ ନେଇ ପରସ୍ପର ଉପରେ ଦୋଷ ଦେଉଛନ୍ତି । ଉଭୟଙ୍କ ପକ୍ଷରୁ ପରସ୍ପର ବିରୋଧରେ ଥାନାରେ ମାମଲା ଦାୟର ହୋଇଛି ।

   Related Posts