Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଘର ଖାଲିକରିବାକୁ ଧମକ ଦେଉଥିଲେ ଯୁବକ, ମହିଳାଙ୍କ ହାତରୁ ନିସ୍ତୁକ ଛେଚା ଖାଇଲେ

19/11/2019 at 4:28 PM

ଭୁବନେଶ୍ବର ୧୯।୧୧: ଅନ୍ୟର ଘର ଭାଙ୍ଗିବାକୁ ଆସିଥିଲେ, ହେଲେ ମହିଳାଙ୍କ ହାତରେ ଧରାପଡି ନିସ୍ତୁକ ଛେଚା ଖାଇଲେ । ଘଟଣା ଘଟିଛି ଚନ୍ଦ୍ରଶେଖରପୁର ମା’ ମଙ୍ଗଳା ବସ୍ତିରେ । ଆଜି ସ୍ପଷ୍ଟ ଦିବାଲୋକରେ ଦୁଇଟି ବାଇକରେ ୬ଜଣ ଯୁବକ ମା’ ମଙ୍ଗଳା ବସ୍ତିରେ ପହଁଚି ଆରମ୍ଭ କରିଥିଲେ ହଙ୍ଗାମା । ଏହାକୁ ଦେଖି ଜଣେ ମହିଳା ଏହାର ବିରୋଧ କରିବାରୁ ଏହି ଯୁବକମାନେ ମହିଳାଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ହାତକୁ ରକ୍ତାକ୍ତ କରିଦେଇଥିଲେ । ଆଉ ଧମକ ଦେଇଥିଲେ ଆମେ ବାପିଭାଇ ଟୋକା ।

ସେ କହିଥିଲେ ତୁମେମାନେ ଜଲଦି ଘର ଖାଲିକର । ହେଲେ କିଏ ଏହି ବାପିଭାଇ । ଯିଏ କମିଶନରେଟ୍ ପୋଲିସ ଅଧିନରେ ନିଜକୁ ଭାଇ ବୋଲି ପରିଚୟ ସୃଷ୍ଟି କରିବାକୁ ଲୋକଙ୍କ ମନରେ ଭୟ କରାଉଛି । ଆଉ ବସ୍ତିର ସମସ୍ତ ମହିଳା ଏକାଠି ହୋଇ ସେମାନଙ୍କ ମଧ୍ୟରୁ ଜଣକୁ ଧରି ଆଣ୍ଠେଇଦେବା ସହିତ ମହିଳାମାନେ ଜୋତାରେ ପିଟିଥିଲେ ।

ତେବେ ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଧରି ପୋଲିସର ଜିମା ଦେଇଥିଲେ ବସ୍ତିବାସିନ୍ଦା । ହେଲେ ଥାନା ଅଧିକାରୀଙ୍କ କହିବା ଅନୁଯାୟୀ କେବଳ ବୁଲା ନାମକ ଯୁବକ ଥାନାରେ ଅଟକ ରହିଛି । ତେବେ ଅନ୍ୟ ତିନି ଜଣଙ୍କୁ ପୋଲିସ କାହା ଅନୁମତିରେ ଛାଡିଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts