ଚୋରି କରିବାକୁ ଘରେ ପଶିଥିଲେ ଯୁବକ, ଗ୍ରାମବାସୀ ଧରି ନିର୍ଧୁମ ଛେଚିଲେ

Published By : Prameya-News7 Bureau | July 17, 2019 IST

ଉଦଳା ୧୭|୭: ଚୋରି କରିବାକୁ ଜଣେ ବ୍ୟକ୍ତିଙ୍କ ଘରକୁ ଜଣେ ଯୁବକ ପଶିଥିବାବେଳେ ଧରାପଡିବା ପରେ ନିର୍ଧୁମ ଛେଚା ଖାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ।

{"id":134557}

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରକୁ ଚୋରି କରିବାକୁ ପଶିଥିବା ବେଳେ ଜଣେ ଯୁବକକୁ ଧରିବା ପରେ ଖୁଂଟରେ ବାନ୍ଧି ନିର୍ଧୁ ପିଟିଛନ୍ତି ଗ୍ରାମବାସୀ । ଯୁବକ ଜଣଙ୍କ ହେଉଛନ୍ତି ବଡଖମଣ ଉଠାଣିସାହି ଗ୍ରାମର ଯୁବକ ମୁନା ସିଂ । ପରିବାର ଲୋକେ ଯୁବକ ଜଣକ ଚୋରି କରିବାକୁ ଆସିଥିବା ଜାଣିପାରି ତାକୁ କାବୁ କରି ନେଇଥିଲେ ।

{"id":134558}

ପରେ ସ୍ଥାନୀୟ ଲୋକେ ତାଙ୍କୁ ଏକ ଖୁଂଟରେ ବାନ୍ଧି ନିର୍ଧୁମ ମାଡ ମାରିଥିବା ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.