ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ : ମା’-ଝିଅ ଶୋଇଥିବା ବେଳେ ଘରେ ପଶିଲେ, ନିର୍ଧୁମ ଛେଚିଲେ ଲୋକେ

Published By : Prameya-News7 Bureau | July 10, 2021 IST

ପାଟଣା ୧୦।୭: ମଦ୍ୟପ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗାଁ ଲୋକେ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଭୃଙ୍ଗରାଜପଶି ଗ୍ରାମର ମୁଣ୍ଡା ସାହିରେ ।  

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଭୃଙ୍ଗରାଜପଶି ଗ୍ରାମର ମୁଣ୍ଡା ସାହିର ପଦିଆଙ୍କ ସ୍ତ୍ରୀ ଓ ଝିଅ ଘରେ ଶୋଇଥିବା ବେଳେ ଯୁବକ ଜଣଙ୍କ ମଦ ନିଶାରେ ଘରେ ପଶି ଯାଇଥିଲେ । ଉଭୟ ମା’-ଝିଅ ପାଟି କରିବାରୁ ଘର ଲୋକେ ଓ ଗ୍ରାମବାସୀ ଆସି ଯୁବକଙ୍କୁ କାବୁ କରିଥିଲେ। ପରେ ଯୁବକଙ୍କୁ ଗାଁ ଲୋକେ ନିର୍ଧୁମ ମାଡ଼ ମାରିଥିବା ସୂଚନା ମିଳିଛି ।

ତେବେ ମୟୁରଭଞ୍ଜ ଜିଲ୍ଲା ଇନ୍ଦିପୁର ଗ୍ରାମର କ୍ଷୀରୋଦ ନାଏକ ତାଙ୍କ ଭିଣୋଇ ଘର ରାଜନଗରକୁ ଆସିଥିଲେ । ଶନିବାର ସକାଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମାଡ ଯୋଗୁଁ ଯୁବକଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.