Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

ଚୋର ସନ୍ଦେହରେ ଯୁବକଙ୍କୁ ଗଛରେ ବାନ୍ଧି ମାଡ ମାରିଲେ ଲୋକେ

29/07/2020 at 5:02 PM

ନୟାଗଡ ୨୯।୭: ନୟାଗଡ ଟାଉନ ଥାନା ଚଣ୍ଡିବସ୍ତ ଗାଁରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ ମାରିଲେ ଲୋକେ । ଘଟଣା ମଙ୍ଗଳବାର ଘଟିଥିଲେ ମଧ୍ୟ ବୁଧବାର ଏହାର ଭିଡ଼ିଓ ଭାଇରାଲ୍ ହୋଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଭାଟସାହି ଅଞ୍ଚଳର ଜଣେ ଯୁବକ ଚଣ୍ଡିବସ୍ତ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଘର ଲୋକ ଦେଖି ପାଟି କରିଥିଲେ । ଯୁବକ ଜଣଙ୍କ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ଗାଁର କିଛି ଲୋକ ଗୋଡାଇ ଗୋଡାଇ ଯୁବକଙ୍କୁ ଧରି ଆଣି ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ କଡରେ ଏକ ଗଛରେ ବାନ୍ଧି ଦେଇଥିଲେ । ତାକୁ ନିସ୍ତୁକ ମାଡ ମରାଯାଇଥିବା ମଧ୍ୟ ଜଣାପଡିଛି । ପରେ ଯୁବକଙ୍କ ବାପା ଘଟଣାସ୍ଥଳକୁ ଆସି ଭୁଲ୍ ମାଗିବା ପରେ ଯୁବକଙ୍କୁ ଛାଡିଦେଇଥିଲେ । ତେବେ ଏ ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।

   Related Posts