Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଯୁବକକୁ ଧରି ନିସ୍ତୁକ ପିଟିଲେ ଗାଁଲୋକେ, ଖୁଣ୍ଟରେ ବାନ୍ଧିଲେ

12/10/2020 at 4:41 PM

ଢେଙ୍କାନାଳ ୧୨।୧୦: ଢେଙ୍କାନାଳ ଜିଲ୍ଲା ଭୁବନ ନୀଳକଣ୍ଠପୁର ଗ୍ରାମରେ ଦୁଷ୍କର୍ମ ଉଦ୍ୟମ କରି ଛେଚା ଖାଇଲେ ଯୁବକ । ସ୍ବାମୀଙ୍କ ଅନୁପସ୍ଥିତିରେ ଘରେ ପଶି ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବାରୁ ଗ୍ରାମବାସୀମାନେ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଛନ୍ତି ।

କେହି ନଥିବାର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଯୁବକଙ୍କୁ ମହଙ୍ଗା ପଡିଯାଇଛି । ଏପରିକି  ଉକ୍ତ ଯୁବକଙ୍କୁ ଗ୍ରାମବାସୀମାନେ  ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ । ଗ୍ରାମର ଜନୈକ ବ୍ୟକ୍ତିଙ୍କ ଅନୁପସ୍ଥିତିର ସୁଯୋଗ ନେଇ  ତାଙ୍କ ଗ୍ରାମ ତାଳସାହିର ସଂପୃକ୍ତ ଯୁବକ  ଘରେ ପଶି  ତାଙ୍କ ପତ୍ନୀକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ମହିଳା ଜଣଙ୍କ କୌଣସି ପ୍ରକାରରେ ସଂପୃକ୍ତ ଯୁବକଙକୁ ଘରେ କବାଟ ଦେଇ ନିଜେ ଖସି ଆସିଥିଲେ । ଚିତ୍କାର କରି ପଡୋଶୀଙ୍କୁ ଡାକିବାରୁ ଜନୈକ ବ୍ୟକ୍ତିଙ୍କ ସାନ ଭାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ମଙ୍ଗରାଜ ଘର ଚାଳ କଣା କରି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରି ଉତ୍ତମ ମଧ୍ୟମ ଦେଇ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଖବର ପାଇ ଭୁବନ ପୋଲିସ ପହଂଚି ଯୁବକକୁ ଉଦ୍ଧାର କରିଛି ।  ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଅଭିଯୁକ୍ତକୁ ଅଟକ ରଖିଛି ।

   Related Posts