ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆସିଥିଲେ, ପିଲା ଚୋର ସନ୍ଦେହରେ ଛେଚା ଖାଇଲେ: ପୋଲିସ ଯାଞ୍ଚରୁ ସାମ୍ନାକୁ ଆସିଲା ସତ

Published By : Prameya-News7 Bureau | April 29, 2021 IST

ଢେଙ୍କାନାଳ ୨୯/୦୪ : ପିଲା ଚୋର ସନ୍ଦେହରେ ଢେଙ୍କାନାଳ ଜିଲ୍ଲା ଆଛନ୍ଦ ଗ୍ରାମରେ ଜଣେ ଯୁବକକୁ ଗ୍ରାମବାସୀ ନିର୍ଧୁମ ଛେଚିଲେ ।ଏବେ କୋରନା ଭଳି ପିଲା ଚୋର ମାମଲା ଢେଙ୍କାନାଳ ଜିଲ୍ଲାରେ ବେଶ ବ୍ୟାପୁଛି । ବିଭିନ୍ନ ଜାଗାରେ ପିଲା ଚୋର ସନ୍ଦେହ ଅପରିଚିତ ଯୁବକ ମାନଙ୍କୁ ଅସୁରକ୍ଷିତ କରିଦେଇଛି । ଏପରି ଏକ ଘଟଣାରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆଛନ୍ଦ ଗ୍ରାମବାସୀ ଜଣେ ଯୁବକଙ୍କୁ ପିଲା ଚୋର ସନ୍ଦେହ କରି ନିର୍ଧୁମ ମାଡ ମାରିଥିବା ଭୁଜୁଆଲ ଭାଇରଲ ହେବାରେ ଲାଗିଛି । ଏପରିକି ଯୁବକ ଜଣଙ୍କ ଗ୍ରାମବାସୀଙ୍କ ମାଡ଼ରେ ଲହୁ ଲୁହାଣ ହୋଇଥିବା ଜଣାପଡିଛି ।

{"id":446210,"sizeSlug":"large","linkDestination":"none"}


ଖବର ପାଇ ସଦର ପୁଲିସ ଉକ୍ତ ଯୁବକକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛି । ତେବେ ପୁଲିସ ଯାଞ୍ଚରୁ ଉକ୍ତ ଯୁବକ ଜଣକ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅଜୟ ସ୍ୱାଇଁ ବୋଲି ଜଣାପଡିଛି । ଅଜୟ ଆଛନ୍ଦ ଗ୍ରାମ ନିକଟକୁ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇଥିଲେ । ତେବେ ସେ ପାଖ ଆଛନ୍ଦ ଗ୍ରାମକୁ ବୁଲିବାକୁ ଯାଇଥିବାବେଳେ କିଛି ଯୁବକ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ମାଡ଼ ମାରିଥିଲେ। ଫଳରେ ସେ ମାଡ ଭୟରେ ପ୍ରାଣ ବିକଳରେ ଦୌଡି ପଳାଇବାରୁ ଗ୍ରାମବାସୀଙ୍କ ସନ୍ଦେହ ଆହୁରି ବଢିଥିଲା । ଯାହା ଫଳରେ ଗ୍ରାମବାସୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନିର୍ଧୁମ ଛେଚିଥିବା ଜଣାପଡିଛି । ତେବେ ପୁଲିସ ଯାଞ୍ଚ କରିବାରେ ଗ୍ରାମବାସୀଙ୍କ ସନ୍ଦେହ ଭୁଲ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.