Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଝାରସୁଗୁଡା ପୋଲିସର ଦବଙ୍ଗଗିରି ! ବିଚ୍ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ମାଡ, ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

21/07/2020 at 12:46 PM

ଝାରସୁଗୁଡା ୨୧।୭: ଝାରସୁଗୁଡାରେ ସଟ୍ ଡାଉନ୍ ସମୟରେ ଯୁବକଙ୍କୁ ପୋଲିସର ମାଡ ମରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି । ଭିଡିଓ ଭାଇରାଲ୍ ହେବା ପରେ ଆକ୍ସନକୁ ଆସିଛି ଜିଲ୍ଲା ପୋଲିସ । ଟ୍ବିଟ୍ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସପି ।

ଝାରସୁଗୁଡାରେ ସଟ୍ ଡାଉନ୍ ସମୟରେ ଜଣେ ଯୁବକଙ୍କୁ ପୋଲିସ ଚାପୁଡ଼ା ମାରିବା ଭିଜୁଆଲ ଭାଇରାଲ୍ ହୋଇଛି । ଏହି ଘଟଣା ପ୍ରାୟ ସପ୍ତାହେ ତଳର । ସଟ‌୍ ଡାଉନ୍ ସମୟରେ ପୋଲିସ ଓ ମାଜିଷ୍ଟ୍ରେଟ୍ ଚେକିଂ ଚାଲୁଥିବା ବେଳେ ଜଣେ ଯୁବକ ବସଷ୍ଟାଣ୍ଡ ଆସିଥିଲେ । ତେବେ ସେ ମାସ୍କ ପିନ୍ଧିନଥିଲେ । ଏନେଇ ପୋଲିସ  ପ୍ରଶ୍ନ କରିଥଲା । ତେବେ ଯୁବକ ଜଣଙ୍କ ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ସହ ଯୁକ୍ତି କରିଥିଲେ । ପୋଲିସ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ କର୍ମଚାରୀ ସମ୍ପୃକ୍ତ ଯୁବକକୁ ଚାପୁଡା ମାରିଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସେହିଦିନ ସମାଧାନ ହୋଇଥିଲା । କିନ୍ତୁ ଏବେ ଭିଡ଼ିଓ ଭାଇରାଲ୍ ହେବା ପରେ ଘଟଣା ଚର୍ଚ୍ଚାକୁ ଆସିଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡ଼ା ଏସପି ।

   Related Posts