ମହିଳାଙ୍କୁ ଅସଦା ଚରଣ ଅଭିଯୋଗରେ ଯୁବକୁ ନିର୍ଧୁମ ଛେଚିଲେ ମହିଳାଙ୍କ ସମ୍ପର୍କୀୟ

Published By : Prameya-News7 Bureau | August 25, 2018 IST

ଅନୁଗୁଳ ୨୫/୮ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜୈନେକ ମହିଳାଙ୍କୁ ଅସଦାଚରଣ କରିବା ନେଇ ମୁଣ୍ଡାମାଳ ସାହିର ଲିଲିପ ସାହୁକୁ ମହିଳାଙ୍କ ସମ୍ପର୍କୀୟ ଲୋକ ଦଉଡିରେ ବାନ୍ଧି ନିର୍ଧୁମ ଛେଚିଲେ । ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ଲିଲିପକୁ ଉଦ୍ଧାର କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଛେଣ୍ଡିପଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଉକ୍ତ ଯୁବକଙ୍କୁ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.