Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ବେକରେ ଜୋତାମାଳ ସାଙ୍ଗକୁ ଗୋଇଠା, ଚାପୁଡ଼ା : ନାବାଳିକାକୁ ଅପହରଣ କରିନେଉଥିବା ଯୁବକ ହଲାପଟା

24/11/2018 at 7:06 PM

ବାରିପଦା ୨୪/୧୧ : ନାବାଳିକା ଅପହରଣ ଉଦ୍ୟମ ପଣ୍ଡ ଲୋକଙ୍କ ହାତରେ ଧରାପଡି ନିସ୍ତୁକ ଛେଚା ଖାଇଲେ ମଧ୍ୟପ୍ରଦେଶ ଅଞ୍ଚଳ ମା ପୁଅ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଅଟୋଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନାବାଳିକା ଜଣଙ୍କୁ ଉଦ୍ଧାର ପାଇଛି  

ବେକରେ ଜୋତାମାଳ। ପଛ ଆଡୁ କିଏ ଗୋଇଠା ମାରୁଛି ତ ଆଉ କିଏ ଚାପୁଡା । ଜଣେ ଯୁବକଙ୍କୁ ରାସ୍ତା ଉପରେ ଏଭଳି ହଲାପଟା କରୁଛନ୍ତି କିଛି ଲୋକ । ସାଙ୍ଗରେ ଅଛନ୍ତି ଜଣେ ମହିଳା । ଯୁବକ ଏବଂ ମହିଳା ହେଉଛନ୍ତି ମା ଓ ପୁଅ । ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରିବା ଅଭିଯୋଗରେ ଏମାନଙ୍କୁ ଏପରି ଅବସ୍ଥା ଭୋଗିବାକୁ ପଡିଛି । ଘଟଣା ଘଟିଛି ମୟୁରଭଞ୍ଜ ଚାନ୍ଦୁଆ ଅଁଳାକୁଡା ଛକରେ । ଦୁଇଦିନ ତଳେ ମଧ୍ୟପ୍ରଦେଶର ରାଧା ଚୌଧୁରୀ ପୁଅ ଧର୍ମନ ଚୌଧୁରୀ ନାବାଳିକାର ମାଉସୀଘର ସଂପର୍କୀୟ ଲୋକ ବୋଲି କହି ବନ୍ଧୁ ବାନ୍ଧିବା ସହ କାଳିକାପୁର ସ୍ଥିତ ନାବାଳିକଙ୍କ ଘରେ ରହିଥିଲେ । ନାବାଳିକା ଘର ଲୋକଙ୍କ ବିଶ୍ବାସଭାଜନ ହେବାକୁ ବି ସକ୍ଷମ ହୋଇଥିଲେ । ଘରେ କେହି ନଥିବା ସୁଯୋଗ ନେଇ ନାବାଳିକା ଝିଅକୁ ଏକ ଅଟୋରେ ପଶ୍ଚିମବଙ୍ଗ ଅଞ୍ଚଳକୁ ନେବାକୁ ଚେଷ୍ଟା କରିଥିଲେ । ପରିବାର ଲୋକେ ଘରକୁ ଫେରି ଝିଅ କିମ୍ବା ଅତିଥିଙ୍କୁ ନପାଇ ବ୍ୟସ୍ତ ହେବା ସହ ଖୋଜାଖୋଜି କରିଥିଲେ । ତେବେ ଅଟୋଷ୍ଟାଣ୍ଡରେ ଝିଅ ସଂପର୍କରେ ଖବର ପାଇଥିଲେ ପରିବାର ଲୋକେ । ଝିଅକୁ ଯେଉଁ ଅଟୋରେ ନିଆଯାଉଥିଲା ଅଟୋ ଓ ଟାକ୍ସି ଆସୋସିଏସନର ସହାୟତାରେ ଅଟୋ ଚାଳକଙ୍କ ସହ ଯୋଗାଯୋଗ କରିଥିଲେ । ଅଁଳକୁଡା ଛକରେ ଅଟୋକୁ ଅଟକାଇବାକୁ ସକ୍ଷମ ହୋଇଥିଲେ ।

ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ନାବାଳିକାକୁ ଉଦ୍ଧାର କରାଯିବା ସହ ଅପହରଣକାରୀ ମା ପୁଅକୁ ପୋଲିସ ଜିମା ଦିଆଯାଇଛି । ଏ ନେଇ ଚାନ୍ଦୁଆ ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଛି ।ମା ଓ ପୁଅକୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଛି । 

ଏଠି ପ୍ରଶ୍ନ ଉଠୁଛି ମଧ୍ୟପ୍ରଦେଶରୁ ଆସିଥିବା ଏହି ଦୁଇ ଜଣଙ୍କ ସହ ମାତ୍ର ୨ ଦିନରେ ନାବାଳିକାର ପରିବାର ଲୋକେ ଏତେ ଘନିଷ୍ଠ ହେଲେ କେମିତି । ପରିବାର ଲୋକେ କେଉଁ ଭରସାରେ ନାବାଳିକାକୁ ଏମାନଙ୍କ ପାଖରେ ଛାଡ୍ ବାହାରକୁ ଯାଇଥିଲେ ? ନା ଟଣା ପଛରେ ଆଉ କିଛି କାହାଣୀ ରହିଛି ? ଏ ସଂପର୍କରେ ନାବାଳିକାର ପରିବାର ମୁହଁ ଖୋଲୁ ନଥିବାରୁ ଘଟଣାର ସତ୍ୟାସତ୍ୟ ଉପରୁ ସଂପୂର୍ଣ୍ଣ ପରଦା ଉଠିପାରିନାହିଁ ।….

   Related Posts