ଫୋନ୍ ଉଠାଇଲେନି ସ୍ତ୍ରୀ, ରାଗିଯାଇ ନିଜ ଦେହରେ ନିଆଁ ଲଗାଇଦେଲେ ସ୍ବାମୀ
4/01/2020 at 11:22 AM

ନୀଳଗିରି ୪।୧: କିରୋସିନି ଢାଳି ଦେହରେ ନିଆଁ ଲଗାଇଦେଲେ ଯୁବକ । ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ୯ ନମ୍ବର ୱାର୍ଡ ଅଧିନ କାହାଳିଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କାହାଳିଆ ଗ୍ରାମର ବାଇଧର ସିଂଙ୍କ ପୁଅ ଗୋପାଳଙ୍କର କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କ ସହିତ ଝଗଡା ହୋଇଥିଲା । ଫଳରେ ସେ ଘରୁ ରାଗି ପଳାଇଯାଇଥିଲେ। ଆଜି ତାଙ୍କୁ ଫୋନ୍ କରିବାରୁ ସେ ଉଠାଇନଥିଲେ । ଫଳରେ ଗୋପାଳ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏପରିକି ନିଆଁ ଲାଗି ଘରଟି ମଧ୍ୟ ପୋଡିଯାଇଥିଲା ।

ଗୋପାଳ ଜଳି ଜଳି ଗାଁରେ ଦୌଡ଼ିବା ଆରମ୍ଭ କରିଥିଲେ। ଦମକଳ ବାହିନୀ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିବା ସହ ଗୁରୁତର ଗୋପାଳକୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
Related Posts
ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
28 January 2021
ଫାଟିଗଲା ଚକା, ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
28 January 2021