ହରିଚନ୍ଦନପୁର ବ୍ୟାରେଜ ପୋଲ ଉପରୁ ଡେଇଁ ଯୁବକ ଆତ୍ମହତ୍ୟା ଉଦ୍ୟମ
2/08/2019 at 10:39 AM

ସାଲେପୁର ୨|୮: ସାଲେପୁର ହରିଚନ୍ଦନପୁର ବ୍ୟାରେଜ ପୋଲ ଉପରୁ ନଦୀକୁ ଡେଇଁ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକମାନେ ଯୁବକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ଯୁବକ ହେଲେ ସ୍ଥାନୀୟ ନଈଗୁଆଁ ଗାଁର ସୁଦର୍ଶନ ବେହେରା। ଯୁବକଙ୍କୁ ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।
Related Posts
ଜଳେଶ୍ବରରୁ ଜବତ ହେଲା ନକଲି ପାନ ମସଲା, ଦୁଇ ଅଭିଯୁକ୍ତ ଅଟକ
23 January 2021