ଏକତରଫା ପ୍ରେମରୁ ଗଳା କାଟି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି

Published By : Prameya-News7 Bureau | July 30, 2019 IST

ମାର୍ଶାଘାଇ ୩୦|୭: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗ୍ରାମର ଜଣେ ଯୁବକ ନିଜ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହତ ଯୁବକ ଜଣକ କାନପୁରର ରାଜକିଶୋର ଦାସ ବୋଲି ଜଣାପଡ଼ିଛି । ତେବେ ଏହି ଘଟଣାକୁ ନେଇ ମାଣତୀର ଗ୍ରାମର ଜଣେ ୧୯ବର୍ଷ ବୟସ୍କ ଯୁବତୀ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ।

{"id":138948}

ଯୁବତୀର ଅଭିଯୋଗ ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗ୍ରାମର ରାଜକିଶୋର ଦାସ ତାଙ୍କୁ ଏକତରଫା ପ୍ରେମ କରନ୍ତି । ଆଜି ସକାଳୁ ଯୁବତୀ ଜଣଙ୍କ ଘରୁ ମାର୍ଶାଘାଇ ଆସୁଥିବା ବେଳେ ହଠାତ୍ ରାଜକିଶୋର ଦରବଛା ଛକ ନିକଟରେ ଯୁବତୀଙ୍କୁ ଟଣା ଓଟରା କରିଥିଲେ । ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ ରାଜକିଶୋର ନିଜ ବେକକୁ ନିଜେ ନିଜେ କାଟି ଦେଇଥିଲେ । ଯାହାକୁ ନେଇ ଯୁବତୀ ଜଣଙ୍କ ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ମାର୍ଶାଘାଇ ଥାନା କେଶ୍ ନଂ ୧୭୩/19 ଏସିଏସଟି ମାମଲା ରୁଜୁ କରି ଥିବାବେଳେ ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.