'ସବୁ ମୋହ ମାୟା…' ସରକାରୀ ଚାକିରୀ ନ ମିଳିବାରୁ ଆତ୍ମହତ୍ୟା କଲେ ଯୁବକ

Published By : Prameya-News7 Bureau | July 04, 2021 IST

ପୁନେ ୦୪/୦୭ : କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଚାକିରୀ ଚାଲିଗଲା। ଅନେକ ସ୍ଥାନରେ ଚାକିରୀ ପ୍ରକ୍ରିୟା ମଧ୍ୟ ଧିମା ହୋଇଗଲା। ବର୍ଷ ବର୍ଷ ପରିଶ୍ରମ କରି ପାଠ ପଢି ପିଲାଙ୍କ ପରୀକ୍ଷା ମଧ୍ୟ ବାତିଲ ହୋଇଛି। ସରକାରୀ ଚାକିରୀ ପାଇଁ ପରୀକ୍ଷା ବର୍ଷ ସାରା ପାଇଁ ବାତିଲ ହୋଇଛି। ଏହିଭଳି ସ୍ଥିତିରେ ମହାରାଷ୍ଟ୍ର ପୁନେର ଜଣେ ଛାତ୍ର ଏତେ ନିରାଶ ହୋଇଗଲେ ଯେ ଆତ୍ମହତ୍ୟା କରିଦେଲେ। ପୁନେର ହଦପସର ଅଞ୍ଚଳରେ ୨୪ ବର୍ଷୀୟ ସ୍ୱପ୍ନିଲ ଲୋନକର ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ପ୍ରି କ୍ଲିୟର କରିଦେଇଥିଲେ। କିନ୍ତୁ କରୋନା ପାଇଁ ଆଗକୁ ପରୀକ୍ଷା ବାତିଲ ହୋଇଯିବାରୁ ତାଙ୍କୁ ଏବେ ଯାଏଁ ଚାକିରୀ ମିଳିନଥିଲା।

ଇଣ୍ଡିଆ ଟୁଡ଼େ ଖବର ଅନୁଯାୟୀ, ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ୱପ୍ନିଲଙ୍କ ପିତା ଜଣେ ପ୍ରିଣ୍ଟିଂଗ ପ୍ରେସର ମାଲିକ। ସ୍ୱପ୍ନିଲଙ୍କ ପିତା-ମାତା ବୁଧବାର ଦିନ କୌଣସି ଏକ କାମ ପାଇଁ ସେଠାକୁ ଯାଇଥିଲେ। ତାଙ୍କ ଭଉଣୀ ମଧ୍ୟ କିଛି କାମରେ ବାହାରକୁ ଯାଇଥିଲେ। ଅପରାହ୍ନରେ ସେ ଘରକୁ ଫେରିବା ପରେ ଘରେ ଭାଇକୁ ପାଇଲେନି। ତାଙ୍କୁ ରୁମକୁ ଯାଇ ଦେଖିଲାବେଳକୁ ସେ ତଳେ ପଡ଼ିଥିଲେ। ଭାଇକୁ ଏହିଭଳି ଅବସ୍ଥାରେ ଦେଖି ଚକିତ ହୋଇଗଲେ। ପିତା-ମାତାଙ୍କୁ ଫୋନ କରି ସେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ ଓ ଭାଇକୁ ହସ୍ପିଟାଲକୁ ନେଇଯାଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

{"id":475566,"width":842,"height":505,"sizeSlug":"large","linkDestination":"none"}

ପୋଲିସ ସ୍ୱପ୍ନିଲଙ୍କ ରୁମରୁ ଏକ ସୁଇସାଇଡ ନୋଟ ଜବତ କରିଥିଲା। ସୁଇସାଇଡ୍ ନୋଟରେ ଲେଖାହୋଇଥିଲା "ଏମପିଏସସି ଏକ ମାୟା। ଏହା ପଛରେ ଦୌଡନି। ମୋ ବୟସ ଯେତେ ବଢୁଛି ବୋଝ ମଧ୍ୟ ସେତିକି ବଢୁଛି। ମୋର ଆତ୍ମବିଶ୍ୱାସ କମି କମି ଯାଉଛି। ପ୍ରି ପାସ କରି ୨ ବର୍ଷ ହେଲାଣି। ମୋ ମୁଣ୍ଡରେ ପାହାଡ ଭଳି କରଜ ଜମା ହେଲାଣି। ପ୍ରାଇଭେଟ୍ ଚାକିରୀ କରି ଏହି ଋଣ ସୁଝି ହବନି। କୋଭିଡ ନ ହୋଇଥିଲେ ସବୁ ପରୀକ୍ଷା ଠିକ ସମୟରେ ହୋଇଥାନ୍ତା। ଜୀବନ ମଧ୍ୟ ଠିକ ବାଟରେ ଚାଲିଥାନ୍ତା। ଗତ କିଛି ଦିନ ହେଲା ମୋ ମନରେ ନକାରାତ୍ମକ ଚିନ୍ତା ଆସୁଛି କିନ୍ତୁ ମୁଁ ଭାବୁଥିଲି ସବୁ ଠିକ ହୋଇଯିବ। କିନ୍ତୁ କିଛି ଠିକ ହେଲାଭଳି ସମ୍ଭାବନା ଦେଖାଯାଉନି। ମୋ ଆତ୍ମହତ୍ୟା ପାଇଁ କେହି ବି ଦାୟୀ ନୁହନ୍ତି। ଏହା ମୋର ନିଜର ଫଇସଲା। ମୋତେ କ୍ଷମା କରିଦିଅନ୍ତୁ।"

ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ ଏବଂ ଏହା ଏକ ଦଣ୍ଡନୀୟ ଅପରାଧ । ତେଣୁ ଆତ୍ମହତ୍ୟା କରିବା ପାଇଁ ଆଦୌ ଭାବନ୍ତୁ ନାହିଁ । କୌଣସିି ସମସ୍ୟା ପାଇଁ ଅବସାଦରେ ଥିଲେ ପରିବାର ଲୋକେ କିମ୍ବା ବନ୍ଧୁ ପରିଜନଙ୍କୁ ଜଣାନ୍ତୁ । ସବୁ ସମସ୍ୟାର ସମାଧାନ ରହିଛି ତେଣୁ ସମାଧାନର ବାଟ ଆପଣାନ୍ତୁ ଆତ୍ମହତ୍ୟାର ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.