ନବବଧୂଙ୍କୁ ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | July 26, 2018 IST

ଭଞ୍ଜନଗର ଥାନା ବାଲିପଦର ଫାଣ୍ଡି ଆଦର୍ଶ କରଡାବାଡି ଗାଁର ଅଭାବନୀୟ ଘଟଣା ଘଟିଛି | ପ୍ରେମ ବ୍ୟାପରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି | ମୃତକ ହେଲେ କରଡାବାଡି ଗାଁର ବନିତା ପଲେଇ | ଗତ ୧୪ ତାରିଖରେ ଭଞ୍ଜନଗର ଥାନା ପଟ୍ଟାଘର ଗାଁରେ ବନିତାଙ୍କ ବିବାହ ହୋଇଥିଲା | ୧୦ ଦିନ ପରେ ନିଜ ବାପଘରକୁ ବୁଲିବାକୁ ଆସିଥିଲେ ବନିତା | ବନିତାଙ୍କୁ ହତ୍ୟା ପରେ ନିଜ ବେକ କାଟି ସୁନୀଲ ଜେନାଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଗୁରୁତର ଅବସ୍ଥାରେ ପ୍ରଥମେ ଆସ୍କା ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି | ତେବେ ସୂଚନାଯୋଗ୍ୟ ଯେ, ସୁନୀଲ ପୂର୍ବରୁ ବିବାହିତ । ସେ ସୁରଟରେ ରହୁଥିଲେ । କିଛି ଦିନ ହେଲା ଗାଁକୁ ଫେରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.