ଏସପି ଅଫିସ୍ ସମ୍ମୁଖରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ପାରିବାରିକ କଳହ ଯୋଗୁଁ ଏଭଳି କରିଥିବା କହିଲେ

Published By : Prameya-News7 Bureau | June 30, 2021 IST

ସମ୍ବଲପୁର ୩୦।୬: ଏସପି ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । କିରୋସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କଲା ବେଳେ ଅଟକାଇଲେ ପୋଲିସ ଅଧିକାରୀ । ଯୁବକ ଜଣଙ୍କ ଅଇଁଠାପାଲି ଥାନା ଅଞ୍ଚଳର ଦୀପଲାଲ ବାଗ । ତାଙ୍କ ଘର ଅଇଁଠାପାଲି ଥାନା ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ସ୍ତ୍ରୀଙ୍କ ଘର ଖେତରାଜପୁର ଥାନା ଅଞ୍ଚଳରେ ।

ପାରିବାରିକ କଳହକୁ ନେଇ ଖେତରାଜପୁର ଥାନାରେ ଉଭୟ ପକ୍ଷରୁ ମାମଲା ହୋଇଛି । ଫଳରେ ଯୁବକ ଜଣଙ୍କ ନ୍ୟାୟ ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି । ପୋଲିସ ଉଦ୍ଧାର କରି ତାଙ୍କୁ ହସ୍ପିଟାଲ ପଠାଇଥିବା ଖେତରାଜପୁର ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.