Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମୁଁ କରୋନା ଆକ୍ରାନ୍ତ ! ଗାଁ ଲୋକଙ୍କ ହାତରେ ମରିବା ଅପେକ୍ଷା ନିଜେ ମରିଯିବା ଭଲ…

31/05/2020 at 4:13 PM

ବାସୁଦେବପୁର ୩୧।୫: ମୋତେ କରୋନା ହୋଇଛି । ଗ୍ରାମରେ ଲୋକମାନେ ରଖାଇଦେଉନାହାନ୍ତି । ସେଥିପାଇଁ ଲୋକମାନେ ମୋତେ ମାରିବେ ପିଟିବେ କହୁଛନ୍ତି । ତେଣୁ ଲୋକଙ୍କ ହାତରୁ ମରିବା ଅପେକ୍ଷା ନିଜେ ମରିଯିବା ଭଲ ବୋଲି କହିଛନ୍ତି ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକ । ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ବାଲିମେଦ ପଞ୍ଚାୟତର କାଳିଦାସପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ବାଲିମେଦ ପଞ୍ଚାୟତର କାଳିଦାସପୁର ଗ୍ରାମରେ ଥିବା ଏକ ୧୨୦ ଫୁଟ ଉଚ୍ଚତା ପାଣିଟାଙ୍କି ଉପରେ ଚଢି ଯୁବକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।  ଯୁବକ ଜଣଙ୍କ ହେଉଛନ୍ତି ସୋର ଥାନା ଅନ୍ତର୍ଗତ କାନ୍ଥିଗଡିଆ ଗ୍ରାମର ଶିବ ମଳିକ । ଶିବ କାଳିଦାସପୁର ଗ୍ରାମର ଜଣେ ଲୋକଙ୍କ ଘରେ ରହି ଟ୍ରାକ୍ଟର ଚଳାଉଥିଲେ । ହେଲେ ଲକ୍ ଡାଉନ୍ ହେବାରୁ ଯୁବକ ଜଣଙ୍କ ଘରକୁ ଯାଇ ଫେରିଥିବାରୁ କାଳିଦାସପୁର ଗ୍ରାମର ଲୋକଙ୍କ ସମେତ ତାଙ୍କ ମାଲିକ ତାଙ୍କୁ କରୋନା ହୋଇଛି ବୋଲି କହିଥିଲେ ଛି ଛାକର କରିଥିଲେ ।

ଶେଷରେ ସେ ଅପବାଦ ସହିନପାରି ସେହିଗ୍ରାମର ଥିବା ଏକ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସକାଳ ୭ଟାରୁ ସେ ଉକ୍ତ ଟାଙ୍କିରେ ବସିଥିବା ଗ୍ରାମବାସୀମାନେ ଦେଖି ସ୍ଥାନୀୟ ପୋଲିସ ସମେତ ଦମକଳବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ନାୟକାଣିଡିହି ପୋଲିସ ସମେତ ଦମକଳବାହିନୀ ପହଞ୍ଚି ଦୀର୍ଘ ୪ ଘଣ୍ଟା ପରେ ଶିବଙ୍କୁ ଟାଙ୍କି ଉପରୁ ଉଦ୍ଧାର କରିଥିଲେ ।

   Related Posts