ଘର ଛାତ ଉପରେ ଶୋଇଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
10/06/2019 at 9:01 AM

ସୋନପୁର ୧୦/୬ : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା କର୍ଣ୍ଣପାଲି ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଘର ଛାତ ଉପରେ ଶୋଇଥିବା ବେଳେ କିଛି ଦୁର୍ବୁତ୍ତ ଆସି ତାଙ୍କୁ ଛୁରା ମାଡ କରିଥିଲେ । ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ହେଲେ ବାସୁଦେବ ଖଣ୍ଡଗିରି । ଗୁରୁତର ଅବସ୍ଥାରେ ବସୁଦେବଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ କିଏ ଏବଂ କାହିଁକି ବସୁଦେବଙ୍କୁ ଆକ୍ରମଣ କରିଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
Related Posts
କଳାକନା ବୁଲାଇଦେଲେ ଲୁଟେରା, ଗୋଟିଏ ଦିନରେ ୨ଟି ମନ୍ଦିରରୁ ଚୋରି
27 February 2021
ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ, ପାଣିରେ ଭାସୁଛି ଗାମୁଛା….
27 February 2021
ମାଓବାଦୀଙ୍କ ଯୋଜନା ପଣ୍ଡ : ଅଳ୍ପକେ ବର୍ତ୍ତିଲେ ଯବାନ, ଠାବ ହେଲା ବିସ୍ଫୋରକ
27 February 2021