ଯୁବକର ଟାଙ୍ଗିଆ ଚୋଟରେ ସରପଞ୍ଚଙ୍କ ସ୍ବାମୀ ଗୁରୁତର : ଆକ୍ରମଣକାରୀକୁ କାବୁ କରି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ

Published By : Prameya-News7 Bureau | July 08, 2019 IST

କଳାହାଣ୍ଡି ୮/୭: ଯୁବକଙ୍କ ଟାଙ୍ଗିଆ ଚୋଟରେ ସରପଞ୍ଚଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି । ଲାଞ୍ଜିଗଡ ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ମମିତା ମାଝିଙ୍କ ସ୍ବାମୀ  ଶ୍ୟାମ ସୁନ୍ଦର ମାଝୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

{"id":131608}

ଲାଞ୍ଜିଗଡ ଥାନା ଅନ୍ତର୍ଗତ ଖାଲଗୁଡାରେ ଏହି ଘଟଣା ଘଟିଥିବା ବେଳେ ଆକ୍ରମଣକାରୀ ସାନ ମାଝୀକୁ କାବୁ କରି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ । ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଟାଙ୍ଗିଆ ଜବତ କରିଛି ପୋଲିସ । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଲାଞ୍ଜିଗଡ ପୋଲିସ ଘଟଣାର ତଦନ୍ତ କରୁଛି । ସାନ ମାଝି ପୁର୍ବରୁ ଏକ ହତ୍ୟା ମାମଲାରେ ଗିରଫ ହୋଇଥିବା ବେଳେ ଜାମିନରେ ଜେଲରୁ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.