ପାରାଦୀପ ଉପକଣ୍ଠ ବଗଦିଆ ଅଞ୍ଚଳରେ ଯୁବକକୁ ଛୁରାମାଡ
7/11/2018 at 9:45 AM

ପାରାଦୀପ ୭|୧୧: ପାରାଦୀପ ଉପକଣ୍ଠ ବଗଦିଆ ଅଞ୍ଚଳରେ ଯୁବକକୁ ଛୁରାମାଡ । ଆହତ ଯୁବକ ଜଣକ ହେଲେ କୁଜଙ୍ଗ ବ୍ଲକ ସିଜୁ ଗାଁର ସୁଧୀର ସ୍ବାଇଁ । ଗୁରତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଠରବାଙ୍କୀ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତି ପ୍ରାୟ ୧୦ଟା ବେଳେ ସେ ରଙ୍ଗିଆଗଡ ଦେଇ ଘରକୁ ଫେରୁଥିବା ସମୟରେ ବଗଦିଆ ଛକ ନିକଟରେ ତାଙ୍କୁ ଆକ୍ରମଣ ହୋଇଛି । ଜଣେ ଦୁର୍ବୃତ୍ତ ଏକ ବୁଲେଟ୍ ଗାଡିରେ ଆସି ସୁଧୀରଙ୍କୁ ଅଟକାଇଥିଲେ । ଏହା ପରେ ଦୁର୍ବୃତ୍ତ ଜଣକ ସୁଧୀରଙ୍କ ପଛପଟୁ ଛୁରାମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଆକ୍ରମଣ କରିଥିବା ଯୁବକ ଜଣକ ବାଲିତୁଠ ଅଞ୍ଚଳର ସମୀର ନାୟକ ବୋଲି ଜଣାପଡିଛି । ତେବେ ପୁର୍ବ ଶତୃତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।
Related Posts
ଫେରିବ ତାତି, ୩ ଡିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା
25 May 2022