ସୋରରେ ରାଜନୈତିକ ହିଂସା, ଯୁବକଙ୍କୁ ଭୁଜାଲିରେ ଆକ୍ରମଣ

Published By : Prameya-News7 Bureau | April 20, 2019 IST

ସୋର ୨୦|୪:  ବାଲେଶ୍ବର ଜିଲ୍ଲା ସୋରରେ ରାଜନୈତିକ ହିଂସା ଦେଖାଦେଇଛି । ବାହାନଗା ବ୍ଲକ୍ ବରଜଦେଉଳିରେ ଯୁବକଙ୍କୁ ଭୂଜାଲିରେ ଆକ୍ରମଣ ହୋଇଛି । ଗୁରୁତର ପ୍ରଶାନ୍ତ ବେହେରାଙ୍କୁ ସୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଏକ ଦଳର ନିର୍ବାଚନ ବୈଠକରେ ପ୍ରଶାନ୍ତ ଯୋଗ ଦେବା ପରେ ପୋଷ୍ଟର ବ୍ୟାନର ଆଣିବାକୁ ଯାଇଥିଲେ । ସେଠାରେ ଅନ୍ୟ ଏକ ରାଜନୈତିକ ଦଳର କର୍ମୀଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ଏହାପରେ ପ୍ରଶାନ୍ତଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସୋର ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.