Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଦୁଇ ଭଉଣୀଙ୍କୁ ବଦନାମ କରୁଥିବା ଯୁବକକୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ହାଣିଲା ଭାଇ !

22/07/2019 at 11:53 AM

କେନ୍ଦୁଝର ୨୨/୭: କେନ୍ଦୁଝର ଜିଲ୍ଲା ଥାନା ଅନ୍ତର୍ଗତ କାଳିମା ଗାଁରେ ଘଟିଛି ଅଭାବନୀୟ ଘଟଣା। ଦିନ ଦିପ୍ରହରେ ଜଣେ ଯୁବକଙ୍କୁ ଆଉଜଣେ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣିଛି। ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି।

ଗୁରୁତର ଅବସ୍ଥାରେ ଯୁବକଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅପରପକ୍ଷରେ ଅଭିଯୁକ୍ତ ଘଟଣା ଘଟାଇବା ପରେ ଫେରାର ହୋଇଯାଇଛନ୍ତି। ସମଗ୍ର କାଳିମା ଗାଁରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆକ୍ରମଣରେ ଆହତ ଯୁବକଙ୍କ ନାଁ ଦେବାନନ୍ଦ ପେଣ୍ଠେଇ ଏବଂ ଆକ୍ରମଣକାରୀ କହ୍ନେଇ ପେଣ୍ଠେଇ ବୋଲି ଜଣାପଡିଛି ।ଅଭିଯୁକ୍ତ କହ୍ନେଇର ଦୁଇ ଭଉଣୀଙ୍କୁ ଦେବାନନ୍ଦ ପେଣ୍ଠେଇ ବଦନାମ କରୁଥିବା ରୁ ଏଭଳି ଘଟଣା ଘଟିଥିବା ଲୋକେ ଆଲୋଚନା ହେଉଛି । ପୁଲିସ ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରିବ ।

   Related Posts