ଥାନା ଭିତରେ ପୁଲିସ ସହ ଯୁବକଙ୍କୁ ଆକ୍ରମଣ, ଆକ୍ରମଣକାରୀ ଫେରାର

Published By : Prameya-News7 Bureau | January 27, 2020 IST

କଣ୍ଟାବାଞ୍ଜି ୨୭।୦୧-  ଥାନା ଭିତରେ ଯୁବକଙ୍କୁ ଆକ୍ରମଣ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ଥାନାରେ । ସାଧାରଣତନ୍ତ୍ର ଦିବସ ପାଳନ ସମୟରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ତେବେ ରାତିରେ ଗୋଟିଏ ଗୋଷ୍ଠୀ ଅଭିଯୋଗ କରିବାକୁ ଆସିଥିବା ସମୟରେ ଅନ୍ୟ ଗୋଷ୍ଠୀ ଥାନା ପରିସର ଭିତରକୁ ପଶି ଆକ୍ରମଣ କରିଥିଲେ ।

{"id":216738,"sizeSlug":"large"}

ଏଥିରେ ପେ।ଲିସ ବି ବର୍ତ୍ତିନଥିଲେ । ଝଗଡା ସମୟରେ ପୋଲିସ ଏସଆଇଙ୍କୁ ଠେଲାପେଲା କରିଥିଲେ ଆକ୍ରମଣକାରୀ । ପରେ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ ।  ତେବେ ପେ।ଲିସ ମାମଲା ରୁଜୁ କରିବା ସହ ଜଣକୁ ଅଟକ ରଖି ପଚାରାଉଚୁରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.