Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ପୋଲିସ ଫାଣ୍ଡିରେ ଦଳିତ ଯୁବକଙ୍କୁ ମାଡ ଅଭିଯୋଗ

7/03/2020 at 3:14 PM

ସାଲେପୁର ୭।୩ : ପୋଲିସ ଫାଣ୍ଡିରେ ହିଁ ଦଳିତ ଯୁବକଙ୍କୁ ଫାଣ୍ଡି ଅଫିସରଙ୍କ ମାଡ଼ ଅଭିଯୋଗ । ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ମହାଳହାଟ ଫାଣ୍ଡିରେ। 5-T ବ୍ୟବସ୍ଥାରେ ମଧ୍ୟ ଅଭିଯୋଗ ଶୁଣାଣି କରିବା ପରିବର୍ତ୍ତେ ଫାଣ୍ଡି ଅଫିସର ଅଭିଯୋଗକାରୀ ବିଶ୍ବନାଥପୁର ଗାଁର ଗୋବର୍ଦ୍ଧନ ମଳିକଙ୍କୁ ଫାଣ୍ଡିକୁ ଡାକି ବହୁ ସମୟଧରି ଅଟକ ରଖିବା ସହ ମାଡ଼ ମାରି ଆହତ କରିଥିବା ସେ ସାଲେପୁର ଏସଡିପିଓଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ନିଜ ବଡବାପା ପୁଅ ଭାଇ ସହ ଘରେଇ ଝଗଡାକୁ କେନ୍ଦ୍ର କରି ଏକ ଏତଲାକୁ ଆଧାର କରି ଫାଣ୍ଡି ଅଧିକାରୀ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାଡ଼ ମାରି କାଗଜରେ ଦସ୍ତଖତ କରାଇଥିବା ସେ ଅଭିଯୋଗ କରିଛନ୍ତି। ମାଡ଼ ମାରିବା ଯୋଗୁଁ ତାଙ୍କ ମୁଣ୍ଡ, ଦେହ, ବେକ ଓ ହାତରେ ଗଭୀର ଆଘାତ ଲାଗି ସେ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ପ୍ରେସକ୍ରିପ୍ସନ ମଧ୍ୟ ଦେଖାଇଛନ୍ତି । ଅନ୍ୟପଟେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇ ନିଜେ ଏହି ଘଟଣାର ତଦନ୍ତ କରିବେ ବୋଲି ସାଲେପୁର ଏସଡିପିଓ କହିଛନ୍ତି।

   Related Posts