ସ୍ପଷ୍ଟ ଦିବାଲୋକରେ ଆତଙ୍କରାଜ -ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | December 03, 2019 IST

ଦିଗପହଣ୍ଡି ୦୩।୧୨ -  ସ୍ପଷ୍ଟ ଦିବାଲୋକରେ ଆତଙ୍କରାଜ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ ଘଟିଛି ଏମିତି ଏକ ଲୋକଟାଙ୍କୁରା ଘଟଣା । ସ୍ଥାନୀୟ ବୋମକେଇରେ ଥିବା ସଦାନନ୍ଦ ଡିଗ୍ରୀ କଲେଜ୍‌ର କନିଷ୍ଠ କିରାଣୀ ନିରାକାର ପ୍ରଧାନଙ୍କୁ  କଲେଜ୍‌ ଗେଟ୍‌ ସମ୍ମୁଖରେ ଜଣେ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ।

ଏଥିରେ ଭୟଭୀତ ହୋଇ କଲେଜର ଛାତ୍ରୀମାନେ ଏଣେତେଣେ ଦଉଡ଼ିବାର ମଧ୍ୟ ଦେଖିବାକୁ ମିଳିଥିଲା । ଗୁରୁତର ଅବସ୍ଥାରେ ନିରାକାରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.