ଜମିଜମା ବିବାଦକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
5/08/2020 at 12:41 PM

ଚାନ୍ଦବାଲି ୫।୮: ଭଦ୍ରକ ଚାନ୍ଦବାଲି ସଦର ବଜାରରେ ଜମିଜମା ବିବାଦକୁ ନେଇ ଦିଲ୍ଲୀପ ସାହୁ ନାମକ ଜଣେ ବ୍ୟକ୍ତିକୁ ମରଣାନ୍ତକ ଅକ୍ରମଣ । ଆକ୍ରମଣ କରି ଫେରାର ଯୋଇଯାଇଥିଲେ ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୁମୂର୍ଷୁ ଅବସ୍ଥାରେ ଦିଲ୍ଲୀପଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀପ ସାହୁଙ୍କ ଘର ସଦର ଚାନ୍ଦବାଲି ବରେଇଁପୁର ଗଁ।ର ବୋଲି ଜଣାପଡ଼ଛି ।

ଗତ ମାସ ୧୪ ତାରିଖରେ ସଦର ଚାନ୍ଦବାଲି ବଜାରରେ ଦିଲ୍ଲୀପ ସାହୁ ଓ ତାଙ୍କର ପ୍ରତିପକ୍ଷ ମଧ୍ୟରେ ଜମିଜମାକୁ ନେଇ ବିବାଦ ଉପୁଜିଥିଲା । କୋର୍ଟଙ୍କ ନିର୍ଦ୍ଦେଶରେ ସେହି ଜାଗାରେ ୧୪୪ ଧାରା ଥିବାବେଳେ ଆଜି ସେହି ଜମି ନିକଟରେ ଦିଲ୍ଲୀପ ସାହୁଙ୍କୁ ତାଙ୍କର ପ୍ରତିପକ୍ଷ ନିର୍ମଳ ସାହୁଙ୍କ ପରିବାରର ରାଜା ଓ ମୁକ୍ତି ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ପରେ ଘଟଣାସ୍ଥଳରୁ ଦିଲ୍ଲୀପକୁ ପୋଲିସ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା ।