ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
15/09/2018 at 11:40 AM

ଭୁବନେଶ୍ୱର ୧୫/୯ : ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଞ୍ଚେଶ୍ବର ଥାନା ପଳାଶୁଣୀ ଛକରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି | ଆକ୍ରମଣ ହୋଇଥିବା ଯୁବକ ଜଣକ ହେଲେ ଚିତ୍ତ | ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି | ଚିତ୍ତଙ୍କ ପରିବାର ପକ୍ଷରୁ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି | ଚିତ୍ତ ନାଁରେ ପୂର୍ବରୁ ମଞ୍ଚେଶ୍ବର ଥାନାରେ ବହୁ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି |ସ୍ବାସ୍ଥ୍ୟ ଭଲ ହେବା ପରେ ଚିତ୍ତକୁ ଗିରଫ କରାଯିବ ବୋଲି ମଞ୍ଚେଶ୍ବର ଥାନା ଅଧିକାରୀ କହିଛନ୍ତି |
Related Posts
ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍, ହାଇୱା ଓ ଟ୍ରକ ଜବତ
25 February 2021
ଯୌତୁକରେ ମିଳିଥିଲା ୧୧ ଲକ୍ଷ: ସବୁ ଟଙ୍କା ଫେରାଇ ୧୦୧ ଟଙ୍କା ରଖିଲେ ଶ୍ୱଶୁର
24 February 2021
ପଡୋଶୀକୁ ମାରି ବାହାର କରିଦେଲା ହାର୍ଟ: ଆଳୁ ସହ ରୋଷେଇ କରି ଘରଲୋକଙ୍କୁ ଖୁଆଇଲା
24 February 2021