ଖେଳ ସାମଗ୍ରୀ ବଣ୍ଟାକୁ ନେଇ ଗଣ୍ଡଗୋଳ : ଯୁବତୀଙ୍କ ପେଟରେ କ୍ରିକେଟ୍ ଷ୍ଟମ୍ପ୍ ଭୁଷିଦେଲେ ଯୁବକ

Published By : Prameya-News7 Bureau | February 13, 2019 IST

ପଟ୍ଟମୁଣ୍ଡାଇ ୧୩|୨:  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଖେଳ ସାମଗ୍ରୀ ବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଛି । ଯୁବତୀଙ୍କ ପେଟରେ କ୍ରିକେଟ୍ ଷ୍ଟମ୍ପ୍ ଭୁଷିଦେଇଛନ୍ତି ଯୁବକ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତଦନ୍ତ ଆରମ୍ଭ କରିଛି ପଟ୍ଟାମୁଣ୍ଡାଇ ପୋଲିସର ।

ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନୂଆଗାଁ ଖେଳ ସାମଗ୍ରୀ ବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଛି । ଖେଳ ସାମଗ୍ରୀ କାହା ପାଖରେ ରହିବ ସେନେଇ କୁନା ମଳିକ ଏବଂ ବବଲୁ ମଳିକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ  କଥା ଯାଇଥିଲା । ବବଲୁ ମଳିକଙ୍କ ଭଉଣୀ ମଞ୍ଜୁଳା ମଳିକ ତାଙ୍କ ଭାଇଙ୍କୁ ବଞ୍ଚାଇବା ପାଇଁ ଘଟଣାସ୍ଥଳକୁ ଆସିଥିଲେ । କୁନା ମଳିକ ହାତରେ ଧରିଥିବା ଷ୍ଟମ୍ପ୍ ସାହାଯ୍ୟରେ ମଞ୍ଜୁଳାଙ୍କ ପେଟରେ ଭୁଷି ଦେଇଥିଲେ । ଫଳରେ ମଞ୍ଜୁଳା ମଳିକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମଞ୍ଜୁଳାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡିକାଲ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ କୁନା ମଳିକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.