ଯୁବକଙ୍କୁ ମହଙ୍ଗା ପଡିଲା ରୋମିଓଗିରି : ମହିଳାଙ୍କ ଅଜଣାନ୍ତରେ ଉଠାଉଥିଲେ ଫଟୋ, ନିର୍ଧୁମ ଛେଚିଲେ ଲୋକେ
23/01/2021 at 11:03 AM

ଉଦଳା ୨୩।୧: ଯୁବକଙ୍କୁ ମହଙ୍ଗା ପଡିଲା ରୋମିଓଗିରି । ନିର୍ଧୁମ ଛେଚିଲେ ଲୋକ । ଯିଏ ଯେଭଳି ପାରିଲା ବାଡେଇ ଚାଲିଲା । ଜଣେ ମହିଳାଙ୍କ ଫଟୋ ଉଠାଇ ରୋମିଓଗିରି ଦେଖାଉଥିବା ଯୁବକଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ ମରାଯାଇଛି । ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି ।
ଜଣେ ଯୁବକଙ୍କୁ ବଜାର ମଝିରେ ସ୍ଥାନୀୟ ଲୋକେ ଘେରି ନିସ୍ତୁକ ମାଡ ମାରିଛନ୍ତି । ଏହି ଭାଇରାଲ ଭିଡିଓଟି ଉଦଳା ମେନ୍ ମାର୍କଟର । ଏହି ଘଟଣାଟି ଶୁକ୍ରବାର ଘଟିଛିବା ଜଣାପଡିଛି । ଜଣେ ମହିଳା ନିକଟସ୍ଥ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିବା ବେଳେ ଉଦଳା ମେନ୍ ମାର୍କଟେର ବାସନ୍ତୀ ମଣ୍ଡପ ଛକ ନିକଟରେ ଟୋପି, ଚଷମା ଦୋକାନ କରିଥିବା ଜଣେ ଯୁବକ ମହିଳାଙ୍କ ଅଜାଣତରେ ମୋବାଇଲରେ ଫଟୋ ଉଠାଉଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହାକୁ ବିରୋଧ କରିଥିଲେ ।
ମହିଳା ଜଣଙ୍କ ମଧ୍ୟ ଘଟଣା ବାବଦରେ ଜାଣିପାରିଥିଲେ । ପରେ ଯୁବକ ଜଣକୁ ସ୍ଥାନୀୟ ଲୋକେ ଧରି ନିସ୍ତୁକ ମାଡ ମାରିବା ସହିତ ଘୋଷାରି ଘୋଷାରି ଥାନାକୁ ନେବାକୁ କହିଥିଲେ । ତେବେ ଯୁବକଙ୍କଠାରୁ କିଛି ଲୋକ ମୋବାଇଲ୍ ଛଡାଇ ନେଇ ଫଟୋକୁ ଡିଲିଟ୍ କରିବା ପାଇଁ ବାରମ୍ବାର ଯୁବକକୁ ମୋବାଇଲର ପାସଓ୍ବାର୍ଡ ମାଗୁଥିଲେ । ତଥାପି ଯୁବକ ଜଣକ ମୋବାଇଲ୍ ପାସଓ୍ବାର୍ଡ କହୁ ନଥିବା ଭିଡିଓରେ ଶୁଣିବାକୁ ମିଳିଛି ।