ଗାଁ ମଝିରେ ଯୁବକଙ୍କୁ ଗଡେଇ ତଡେଇ ପିଟିଲେ : ସୋସିଆଲ୍ ମିଡିଆରେ ବୁଲୁଛି ଭିଡିଓ କିନ୍ତୁ ହୋଇନି ପୋଲିସ ଆକ୍ସନ

Published By : Prameya-News7 Bureau | May 21, 2020 IST

ଖୋର୍ଦ୍ଧା ୨୧।୫: ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିଲେ । ଖାଲି ଏତିକି ନୁହେଁ ଗୋଇଠା ବି ମାରିଲେ । ଗୁରୁତର ହୋଇ ଡାକ୍ତରଖାନାର ଯୁବକଙ୍କର ଚାଲିଛି ଚିକିତ୍ସା । ଯୁବକଙ୍କୁ ଆକ୍ରମଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖ ଦିନ ସାମାନ୍ୟ କଥାକୁ ନେଇ ପୋଡାଡିହ ଗାଁର ରମେଶ ଜଗଦେବଙ୍କୁ ଗାଁର କିଛି ଯୁବକ ଅତି ଅମାନୁଷିକ ଭାବେ ପିଟିଥିଲେ । ଆକ୍ରମଣରେ ରମେଶ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଆହତ ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ହେଉଛନ୍ତି ।

ଘଟଣା ସମ୍ପର୍କରେ ଗତ ୯ ତାରିଖରେ ଦିନ ବାଘମାରୀ ଥାନାରେ ରମେଶଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ପୋଲସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.