ସାମାନ୍ୟ କଳିରୁ ଆକ୍ରମଣ : ଯୁବକଙ୍କ ଗଳାରେ ମଦ ବୋତଲ ଭୁସିଦେଲେ ଦୁଇ ଭାଇ

Published By : Prameya-News7 Bureau | October 30, 2019 IST

ନୂଆପଡା ୩୦।୧୦:  ସାମାନ୍ୟ କଳିରୁ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକଙ୍କ ତଣ୍ଟିରେ ମଦ ବୋତଲ ଭୁସିଦେଇଛନ୍ତି ଦୁଇ ଭାଇ । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

{"id":176742}

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ଜୋଙ୍କ ଥାନା ବଲୋଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ଗାଁ ଛକ ପାଖରେ ମନୋଜ ଦାସ ଠିଆ ହୋଇଥିବା ବେଳେ ସେହି ଗାଁର ଦୁଇ ଭାଇ ତାଙ୍କୁ ଆକ୍ରମଣ କରିଥିଲେ । ଯୁବକଙ୍କ ତଣ୍ଟିରେ ମଦ ବୋତଲ ଭୁସିଦେଇଛନ୍ତି । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କରିଥିବା ଦୁଇ ଭାଇ ଫେରାର ହୋଇଯାଇଛନ୍ତି । ପୂର୍ବରୁ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.