ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲେ ଦୁର୍ବୁତ୍ତ

Published By : Prameya-News7 Bureau | September 27, 2019 IST

ସୋର ୨୭।୯: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲେ ଦୁର୍ବୁତ୍ତ । ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲା ପଣପଣା ଠାରେ । ଗୁରୁତର ଯୁବକ ହେଲେ ଦିଲ୍ଲୀପ ଦାସ । ସେ ଖନ୍ତାପଡ଼ା ସ୍ଥିତ ଫାଲକନ ଚିଙ୍ଗୁଡି କମ୍ପାନୀରେ ଠିକାଦାର ଭାବେ କାର୍ଯ୍ୟକରନ୍ତି ।

ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପଙ୍କୁ କିଛି ଦୁର୍ବୃତ୍ତ ଘରୁ ଡାକିନେଇଥିଲେ । ପରେ ଅନ୍ଧାରର ସୁଯୋଗ ନେଇ ଦିଲ୍ଲୀପଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ଫେରାର ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କମ୍ପାନୀର କର୍ମଚାରୀମାନେ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀପଙ୍କ ଗୋଡ଼, ହାତ, ପେଟରେ ଗଭିର ଆଘାତ ଲାଗିଛି । ଖବର ପାଇ ଘଟଣା ସ୍ଥଳରେ ଖନ୍ତାପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ପୋଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.