ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହାତରେ ଲାଗିଛି ଗଭୀର କ୍ଷତ

Published By : Prameya-News7 Bureau | January 18, 2021 IST

ସାନଖେମୁଣ୍ଡି ୧୮।୧: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଖରିଆଗୁଡା ଗ୍ରାମରେ ଉଆଲି ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଯୁବକଙ୍କ ହାତର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଲାଗିଛି । ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଉଆଲି ଗୌଡ଼ଙ୍କ ବଡ଼ ଭାଇ କୁରେଶ ଗୌଡ଼ଙ୍କୁ ଦେଢ଼ ବର୍ଷ ପୂର୍ବେ ଦିଗପହଣ୍ଡିଠାରେ ଥିବା ଏକ ଢାବାରେ ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ସେମାନେ ଜାମିନରେ ଆସିଥିଲେ । ତେବେ ଏହି ମାମଲା କୋର୍ଟରେ ଚାଲିଥିବା ବେଳେ ଉଆଲି ମୁଖ୍ୟ ସାକ୍ଷୀ ଥିଲେ । ମାମଲାରୁ ସାକ୍ଷୀଙ୍କୁ ହଟାଇବା ପାଇଁ ଯୋଜନା ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.