ରାଜଧାନୀରେ ବୁଲିଲା ଫାର୍ସା, ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁର୍ବୃତ୍ତ
21/07/2020 at 1:32 PM

ଭୁବନେଶ୍ବର ୨୧।୭: ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଭୁବନେଶ୍ବର ସ୍ଥିତ ବାପୁଜୀ ନଗରରେ ଯୁବକଙ୍କୁ ବିଚ୍ ରାସ୍ତାରେ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଯୁବକଙ୍କୁ ଫାର୍ସା ସାହାଯ୍ୟରେ ହାଣି ଗୁରୁତର କରି ପକାଇଛନ୍ତି ଦୁର୍ବୃତ୍ତ। ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଘଟଣା ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡି ଫେରାର ହୋଇଯାଇଛନ୍ତି । ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କର କୌଣସି ପତ୍ତା ମିଳିପାରିନାହିଁ । କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Related Posts
ରାସ୍ତାରେ ଟ୍ରାକ୍ଟର ବୋଝେଇ ଧାନ ରଖି ଅବରୋଧ, ଯାତାୟତ ବାଧାପ୍ରାପ୍ତ
25 January 2021
ଘନ କୁହୁଡ଼ି ହେଲା କାଳ : ଟ୍ରକ ସହ କାର୍ର ଧକ୍କା , ୪ ଗୁରୁତର
25 January 2021