Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାର୍ଶାଘାଇରେ ଯୁବକଙ୍କୁ ଆକ୍ରମଣ, ବିଜୁ ଯୁବ ବାହିନୀର ଗୁଣ୍ଡା ଆକ୍ରମଣ କରିଥିବା ଅଭିଯୋଗ

27/04/2019 at 1:07 PM

ମାର୍ଶାଘାଇ ୨୭|୪: ଭୋଟ୍ ଦିଅ ନଚେତ୍ ମାଡ ଖାଅ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଟିକରପଙ୍ଗା ଗ୍ରାମରେ ଯୁବକଙ୍କୁ ବିଜୁ ଯୁବବାହିନୀର ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସୂତନା ଅନୁସାରେ ଗତକାଲି ରାତି ପ୍ରାୟ ୮ଟା ବେଳେ ଗାଁ କ୍ଲବ୍ ପାଖରେ ଟିକରପଙ୍ଗା ଗ୍ରାମର ଜିତେନ୍ଦ୍ର ରାଉତ ଛିଡାହୋଇଥିବା ସମୟରେ ପାଞ୍ଚ ଜଣ ଯୁବକ ସେଠାରେ ପହଞ୍ଚିଥିଲେ । ତେବେ ସେମାନେ ତାଙ୍କୁ ଟଙ୍କା ମାଗିବା ସହ ରଡ୍ ଓ ପଥର ମାଧ୍ୟମରେ ଆକ୍ରମଣ କରିଥିଲେ । ଫଳରେ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ପ୍ରଥମେ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କାଲିଠାରୁ ମାର୍ଶାଘାଇ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ ।

   Related Posts