ଦେବଗଡ ୫।୩: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଦୁଧିଆନାଳୀ ଗ୍ରାମରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଦୁଧିଆନାଳି ଗ୍ରାମର ଅଗସ୍ତୀ ସାହୁଙ୍କ ପୁଅ ଟୁଲୁ ସାହୁ ପୂର୍ବାହ୍ନରେ ଗ୍ରାମରେ ଚାଲିଥିବା ସାପ୍ତାହିକ ବଜାରକୁ ଆସିଥିଲେ । ସେହି ସମୟରେ ହଠାତ୍ ସେହି ଗ୍ରାମର କ୍ଷୀର ବସନ୍ତରାଙ୍କ ପୁଅ ରାଜେଶ ବସନ୍ତରା ଏକ କ୍ଷୁରରେ ତଣ୍ଟି କାଟିଦେଇଥିଲା । ଗୁରୁତର ଅବସ୍ଥାରେ ଟୁଲୁଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...