ସାମାନ୍ୟ ବଚସାରୁ ଆକ୍ରମଣ : ଦାଣ୍ଡିଆ କାଠିରେ ଭୁସି ସାଙ୍ଗଙ୍କୁ ମରଣାନ୍ତକ ଆକ୍ରମଣ କଲା ସାଙ୍ଗ

Published By : Prameya-News7 Bureau | October 08, 2019 IST

ନୂଆପଡା ୮।୧୦: ନୂଆପଡାରେ ଅଭାବନୀୟ ଘଟଣା ଘଟିଛି । ଦାଣ୍ଡିଆ କାଠିରେ ଭୁସି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଯୁବକ ରାହୁଲ ଜୈନ ଖରିଆର ରୋଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଗାୟତ୍ରୀ ମନ୍ଦିର ପାଖରେ ରାହୁଲଙ୍କୁ ତାଙ୍କ ସାଙ୍ଗ ଆକ୍ରମଣ କରିଥିବା ଜଣାପଡିଛି । ଭୋର ୪ଟା ସମୟରେ ଦାଣ୍ଡିଆ ନୃତ୍ୟ ସରିବା ପରେ କଥା କଟାକଟିକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ପରେ ଏହା ଉଗ୍ର ରୂପ ନେଇଥିଲା । ଦାଣ୍ଡିଆ କାଠିକୁ ଭାଙ୍ଗି ରାହୁଲଙ୍କ ପେଟରେ ଭୁସି ଦେଇଥିଲା ତାଙ୍କ ସାଙ୍ଗ ଅମିତ । ଆକ୍ରମଣ ପରେ ଘଟଣାସ୍ଥଳରୁ ଅମିତ ଫେରାର ହୋଇ ଯାଇଥିଲା ।ଅଭିଯୁକ୍ତ ଅମିତ ଝାଲାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.