ଖଣ୍ଡା ଭୁସି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | March 12, 2019 IST

ଖୋର୍ଦ୍ଧା ୧୨/୩ : ଖଣ୍ଡା ଭୁସି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଲାରପୁର ରୋକଟ ଗାଁରେ । ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣରେ ଗୁରୁତର ହୋଇଛନ୍ତି କାର୍ତ୍ତିକେଶ୍ବର ବେହେରା । କାର୍ତିକ ଠିଆ ହୋଇଥିବା ବେଳେ ଜଣେ, ଦୁର୍ବୃତ୍ତ ତାଙ୍କ ପେଟରେ ଖଣ୍ଡା ଭୁସି ଦେଇଥିଲା । କାର୍ତିକ ଚିତ୍କାର କରିବାରୁ ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛି ।

{"id":92757}

ଗୁରୁତର କାର୍ତିକଙ୍କୁ ପ୍ରଥମେ ବାଳକାଟି ଏବଂ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତାଙ୍କ ପେଟରେ ଗଭୀର ଆଘାତ ଲାଗିଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.