ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁର୍ତ୍ତ : ଯୁବକଙ୍କ ବାଇକରେ ନିଆଁ ଲଗାଇଦେଲେ, ବାଇକ ନିଆଁରେ ପାଖରେ ଥିବା ଦୋକାନ ଜଳି ପାଉଁଶ

Published By : Prameya-News7 Bureau | January 06, 2019 IST

ପଟ୍ଟାମୁଣ୍ଡାଇ ୬/୧ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ ଗଣ୍ଡଗୋଳ ହୋଇଛି | ନିମପୁର ଗାଁ ବଜ଼ାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ | ଯୁବକ ହେଲେ କୁମର ମଳିକ | ଗୁରୁତର ଅବସ୍ଥାରେ ନିମପୁର ଗାଁର କୁମର ମଳିକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଇଛି | ଏହାସହ ଏକ ବାଇକକୁ ମଧ୍ୟ ପୋଡି ଦେଇଛନ୍ତି ବିପକ୍ଷ ଗୋଷ୍ଠୀ | ବାଇକରେ ଲାଗିଥିବା ନିଆଁରୁ ଗୋଟିଏ ଦୋକାନ ସମ୍ପୂର୍ଣ ଜଳିଯାଇଛି | ଘଟଣାସ୍ଥଳରେ ପହଞ୍ଚି ପଟ୍ଟାମୁଣ୍ଡାଇ ପୋଲିସର ତଦନ୍ତ ଆରମ୍ଭ କରିଛି |


ସୂଚନାଯୋଗ୍ୟ ଯେ, ସକାଳେ କୁମର ଚା ପିଇବାପାଇଁ ବଜାରକୁ ଆସିଥିଲେ | ଏତିକିବେଳେ କୁମରଙ୍କ ପଡୋଶୀ ମହେନ୍ଦ୍ର ମଳିକ ଓ ତାଙ୍କ ପୁଅ ହଠାତ ଅତର୍କିତ ଭାବେ କୁମରଙ୍କୁ ଆକ୍ରମଣ କରିଥିଲେ | ଆକ୍ରମଣ ଫଳରେ କୁମର ସେଇଠି ପଡିଯାଇଥିଲେ | କୁମରକୁ ଗାଁ ଲୋକେ ରକ୍ଷା କଲାବେଳକୁ କୁମର ଆସିଥିବା ବାଇକକୁ ଏକ ବାଡ଼ି ଶକ୍ତ ଚୋଟ ମାରିଥିଲେ | ଚୋଟ ମାରିବା ଫଳରେ ବାଇକରୁ ପେଟ୍ରୋଲ ବାହାରି ଯାଇଥିଲା | ପେଟ୍ରୋଲ ବାହାରିବା ପରେ ମହେନ୍ଦ୍ର ଓ ତାଙ୍କ ପୁଅ ବାଇକରେ ନିଆଁ ଲଗାଇ ଦେଇଥିଲେ | ବାଇକ ସମ୍ପୂର୍ଣ୍ଣ ଜଳିଯାଇଛି | ଘଟଣାସ୍ଥଳରୁ ଦୁଇ ଦୁର୍ବୁର୍ତ୍ତ ଫେରାର ଅଛନ୍ତି | ପୋଲିସ ଉଭୟଙ୍କୁ ଖୋଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.