ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ : ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ

Published By : Prameya-News7 Bureau | June 21, 2021 IST

ଭଦ୍ରକ ୨୧।୬: ଭଦ୍ରକରେ ବଢିଚାଲିଛି ନିଶା କାରବାର । କେଉଁଠି ପୋଲିସ ଖାଉଛି ତ, କେଉଁଠି ପୋଲିସ ବିଭାଗର କିଛି କର୍ମଚାରୀ ଏହାକୁ ସୁଯୋଗ ଦେଉଛନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଭଦ୍ରକ ଟାଉନ ଥାନା ଅଧିନ କଦମବେଡା ପେଟ୍ରୋଲ ପମ୍ପ ନିକଟରେ ।

{"id":469059,"width":749,"height":350,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ ଗାଡି ଡ୍ରାଇଭରଙ୍କ ପୁଅ ସମେତ ସ୍ଥାନୀୟ କେତେକ ଯୁବକ ବ୍ରାଉନସୁଗାର ପୁଡିଆ ଧରି ନିଶା ସେବନ କରୁଥିଲେ । ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିବାକୁ ଗଲା ସମୟରେ ନିଶା ସେବନ କରୁଥିବା ଯୁବକମାନେ ହାତରେ ମାରଣାସ୍ତ୍ର ଧରି ସେମାନଙ୍କୁ ଗୋଡାଇବା ସହ ଆତଙ୍କ ଖେଳାଇଥିଲେ । ଫଳରେ ବହୁ ଲୋକ ଜମା ହୋଇ ସେମାନଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ସହରାଞ୍ଚଳ ଥାନା ପୋଲିସ ସଂପୃକ୍ତ ୩ ଜଣ ଯୁବକଙ୍କୁ ଉଠାଇ ନେଇ ଗିରଫ ରଖିଛି । ଏମାନଙ୍କଠାରୁ ୧୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି। ଏହି ଘଟଣାରେ ଭଦ୍ରକ ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.