ଦାଦାବଟି ନଦେବାରୁ ଗାଡି ଚାଳକଙ୍କୁ ବ୍ଲେଡ୍‌ରେ ଆକ୍ରମଣ କଲା ଯୁବକ

Published By : Prameya-News7 Bureau | June 09, 2019 IST

ଚାନ୍ଦବାଲି ୯|୬: ଦାଦାବଟି ନଦେବାରୁ ଗାଡି ଚାଳକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଛି ଯୁବକ ।  ଚାନ୍ଦବାଲି ଘଣ୍ଟେଶ୍ବର ବଜାରର ଘଟିଛି ଏଭଳି ଘଟଣା । ଅଭିଯୁକ୍ତ  ଯୁବକ ଏବଂ ତାଙ୍କର କିଛି ସହଯୋଗୀ ଗାଡିଚାଳକଙ୍କଠାରୁ ଜୋର ଜବରଦସ୍ତ ଦାଦାବଟି ଆଦାୟ କରିଥାନ୍ତି । ତେବେ ଜଣେ ଗାଡି ଚାଳକ ବଟି ଦେବାକୁ ମନା କରିବାକୁ ତାଙ୍କୁ ଅଭିଯୁକ୍ତ ଯୁବକ ଗୋଡାଇ ଗୋଡାଇ ବ୍ଲେଡରେ ଆକ୍ରମଣ କରିଥିଲେ । ଆହତ ଯୁବକଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ସ୍ଥାନୀୟ ଘଣ୍ଟେଶ୍ବର ଫାଣ୍ଡିରେ ଅଭିଯୋଗ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.