ମୋବାଇଲ୍ ପାଇଁ ଛୁରାମାଡ ; ଛାତ୍ରଙ୍କୁ ଛୁରାମାଡ କରି ଯୁବକ ଫେରାର

Published By : Prameya-News7 Bureau | January 29, 2019 IST

ବଡବିଲ ୨୯|୧:  ସ୍କୁଲ ଛାତ୍ରଙ୍କୁ ଛୁରାମାଡ ହୋଇଛି । ଯୋଡା ବସଷ୍ଟାଣ୍ଡ ନିକଟରେ ଛାତ୍ରଙ୍କୁ ଛୁରାମାଡ କରିଛନ୍ତି ଜଣେ ଯୁବକ । ମୋବାଇଲ୍ ପାଇଁ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଗୁରୁତର ଛାତ୍ର ବଡବିଲ୍ ସେଣ୍ଟ ମେରି ସ୍କୁଲର ଏକାଦଶ ଶ୍ରେଣୀର ଓସ୍ ନନ୍ଦା । ତାଙ୍କୁ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍ ପାଇଁ  ଅପେକ୍ଷା କରିଥିବା ବେଳେ ଅଭିଯୁକ୍ତ ଯୁବକ ଛାତ୍ରଙ୍କୁ ମୋବାଇଲ୍ ମାଗି କଥା ହୋଇଥିଲେ । ଏହାପରେ ମୋବାଇଲ୍ ନେବାକୁ ଚେଷ୍ଟା କରିବା ବେଳେ ଉଭୟଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା । ଛୁରାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିଲା । ଛାତ୍ରଙ୍କ ପିଠି ଓ କାନରେ ଆଘାତ ଲାଗିଛି । ଘଟଣାସ୍ଥଳରେ ପହଞ୍ଚି ଯୋଡା ପୋଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.