Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ

14/04/2021 at 2:04 PM

ଯାଜପୁର ୧୪।୪: ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ । ଜୋର ଜବରଦସ୍ତ ବାହା ହେବାକୁ କହି ବିଫଳ ହେବାରୁ ସମ୍ପର୍କୀୟ ଭଉଣୀକୁ ଚେଙ୍କ ଦେଲା ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ଥାନା ଅଞ୍ଚଳରେ । ଏ ନେଇ ପୀଡିତା ନାବାଳିକାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଭଉଣୀ ପ୍ରେମ ନିବେଦନ ସ୍ବୀକାର ନକରିବାରୁ ସଂପର୍କୀୟ ଭାଇ ଚେଙ୍କ ଦେଇଛି ।  ପୀଡିତା ବାପାଙ୍କ ଅଭିଯୋଗ ଅନୁସାରେ ମଙ୍ଗଳବାର ରାତି ୭ଟା ବେଳେ ସଂପୃକ୍ତ ଯୁବକ ଜୋର ଜବରଦସ୍ତି ମାଡ ମାରିବା ସହ ଲୁହା ଖଡିକା ନିଆଁରେ ତତାଇ ଚେଙ୍କ ଦେଇଥିଲା । ଏହାସହ ମାଡ ମାରି ରକ୍ତାକ୍ତ ମଧ୍ୟ କରିଦେଇଥିଲା । ସଂପୃକ୍ତ ଯୁବକଙ୍କ ଏହି କାମରେ ତାଙ୍କ ବାପା-ମା ସହଯୋଗ କରିଥିବା ନେଇ ନାବାଳିକାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଝିଅକୁ ଜୋର ଜବରଦସ୍ତ ବାହା ହେବା ପାଇଁ ରାଜି କରାଉଥିବା ବେଳେ ଝିଅ ରାଜି ନହେବାରୁ ଏଭଳି କାଣ୍ଡ ଭିଆଇଛି ଉନ୍ମକ୍ତ ଯୁବକ । ଘଟଣା ପରେ ମା’ ଓ ପୁଅ ଫେରାର ହୋଇଯାଇଛନ୍ତି । ଏନେଇ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts