ଏକତରଫା ପ୍ରେମରୁ ପ୍ରେମିକର ଉନ୍ମତକାଣ୍ଡ, ଆକ୍ରମଣରେ ଯୁବତୀ ଗୁରୁତର

Published By : Prameya-News7 Bureau | April 03, 2021 IST

ସାଲେପୁର ୩।୪: ଏକତରଫା ପ୍ରେମକୁ ନେଇ ପ୍ରେମିକର ଉନ୍ମତକାଣ୍ଡ । ପ୍ରେମିକର ଆକ୍ରମଣରେ ପ୍ରେମିକା ଗୁରୁତର । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ରାମେଶ୍ବର ବଜାରରେ। ଗୁରୁତର ପ୍ରେମିକା ଜଣଙ୍କ ହେଲେ ସେହି ଅଞ୍ଚଳର ଶଙ୍ଖମୁହଁ ଗ୍ରାମର ଜନୈକା ଝିଅ । ସେ ରାମେଶ୍ବର ସ୍ଥିତ ଏକ ଗ୍ରାହକ ସେବା କେନ୍ଦ୍ରରେ କାମ କରୁଥିବା ବେଳେ ବଡଭୀମରାଜପୁର ଗାଁର ରାକେଶ ସ୍ବାଇଁ ବାହରକୁ ଡାକି ଜୋରଜବରଦସ୍ତ ଘୋଷାଡି ମାଡ଼ମାରି ଗୁରୁତର କରିଥିବା ନେଇ ଝିଅ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ ରାକେଶକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.