Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଅପେରା ଦେଖାକୁ ନେଇ ତୁମୁଳକାଣ୍ଡ : ପୁଅକୁ ମାଡ, ବାପାଙ୍କ କାନ କାମୁଡି ଛିଡାଇଦେଲା ଯୁବକ

11/01/2020 at 11:25 AM

ଆନନ୍ଦପୁର ୧୧।୧:  କେନ୍ଦୁଝର ଜିଲ୍ଲା ଦୈତାରୀଠାରେ ଅପେରା ଦେଖିବା ପାଇଁ ଜାଗା ରଖିବାକୁ କେନ୍ଦ୍ରକରି ତୁମୁଳକାଣ୍ଡ । ପୁଅଙ୍କୁ ମାଡ ମାରିବା ସହ ବାପାଙ୍କ କାନକୁ କାମୁଡି ଛିଡାଇ ଦେଲେ । ଥାନାରେ ରୁଜୁ ହେଲା ମାମଲା ।

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ପଡିଆଠାରେ ଚାଲିଥିବା ଅପେରା ଦେଖିବାକୁ ଦୈତାରୀ ଓଏମସି ଅଞ୍ଚଳର ମୁନା ଦାସ ଓ ତାଙ୍କ ପୁଅ ଚନ୍ଦନ ଯାଇ ଜାଗା ରଖିଥିଲେ । ଏହି ସମୟରେ ଦୟା ନାମକ ଜଣେ ଯୁବକ ଆସି ଉଭୟଙ୍କ ସହ ଝଗଡା କରିଥିଲେ । ପୁଅ ଚନ୍ଦନଙ୍କୁ ମାଡ ମାରିଥିଲା । ପରେ ଦୟା ଓ ତାର ସହଯୋଗୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ  ମୁନାଙ୍କ କାନକୁ କାମୁଡି ଛିଡାଇ ଦେଇଥିବା ଅଭିଯୋଗ ହୋଇଛି । ଆହତ ମୁନାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୋଗ ପାଇ ଦୈତାରୀ ପୋଲିସ ଘଟଣାର ତଦନ୍ତ କରୁଛି ।

   Related Posts