Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ପ୍ରେମ ବ୍ୟାପାରକୁ ନେଇ ବାପା ଓ ଝିଅକୁ ଯୁବକର ଆକ୍ରମଣ ! ଉଭୟ ମେଡିକାଲରେ ଭର୍ତ୍ତି

1/12/2019 at 7:26 AM

ଭଣ୍ଡାରିପୋଖରୀ ୦୧।୧୨: କଟକ ବଡ ମେଡିକାଲ ରୁ ଫେରିବା ବେଳେ ବାପା ଓ ଝିଅ ଙ୍କ ହାତ ହାଣିଲା ଯୁବକ ।  ଉଭୟ ବାପା ଓ ଝିଅ ଗୁରୁତର ଅବସ୍ଥା ରେ କଟକ ମେଡିକାଲ କୁ ସ୍ଥାନାନ୍ତର  । ଏମିତି ଦୁଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଡାଳିମ୍ବଗଢିଆ ଅଞ୍ଚଲ ରେ ।  ଅଭିଯୁକ୍ତ ଯୁବକର ନାମ ରାଜା ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ  ଅଭିଯୁକ୍ତ ଯୁବକ ଝିଅ କୁ ବାହା ହେବା ପାଇଁ ଯୁବତୀ ଙ୍କ ଘରଲୋକ ଙ୍କୁ ନିବେଦନ କରିଥିଲେ । ଝିଅ ସହ ଝିଅ ଘରଲୋକେ ବାହାଘର ପାଇଁ ମନା କରିଦେଇଥିଲେ । ପରେ ପ୍ରତିଶୋଧ ପରାୟଣ ହୋଇ ଯୁବକ ଜଣକ ଏମିତି କାଣ୍ଡ କରିଥିବା ସୂଚନା ମିଳିଛି ।

ବନ୍ତ ଥାନା ଦୋଳାପଦି ଗାଁର ରବୀନ୍ଦ୍ର ସାହୁ ତାଙ୍କ ଝିଅଙ୍କ ଚିକିସ୍ଛା ପାଇଁ କଟକ ବଡମେଡିକାଲ କୁ ଯାଇଥିଲେ । ଡିଏମୟୁ ଟ୍ରେନ ଯୋଗେ ଫେରି କେନ୍ଦୁଆପଦା ଷ୍ଟେସନ ରେ ଓହ୍ଲାଇ ନିଜ ସ୍କୁଟି ରେ ବାପା ଓ ଝିଅ ନିଜ ଗାଁ ଦୋଳପଦି କୁ ଫେରୁଥିବା ବେଳେ ଅଭିଯୁକ୍ତ ରାଜା ଡାଳିମ୍ବଗଢିଆ ଛକ ନିକଟ ରେ ତାଙ୍କ ସ୍କୁଟି କୁ ପଛ ଆଡୁ ଧକ୍କା ଦେଇଥିଲା । ରବୀନ୍ଦ୍ର ଗାଡି ରଖିଦେବା ରୁ ରାଜା ସ୍କୁଟି ରୁ ଚାବି କାଢିନେବା ସହ ଯୁବତୀ ଙ୍କୁ ନେଇଯିବାକୁ ଚେଷ୍ଟା କରିଥିଲା । ରବୀନ୍ଦ୍ର ବିରୋଧ କରିବାରୁ ରାଜା ତାଙ୍କ ହାତ ଦୁଇଟି କୁ ଭୁଜାଲି ରେ ଆକ୍ରମଣ କରିଥିଲା । ଯୁବତୀ ଜଣକୁ ମଧ୍ୟ ଆକ୍ରମଣ କରିଥିଲା । ରବୀନ୍ଦ୍ର ଙ୍କ ର ଦୁଇଟି ହାତ ରେ ଗଭୀର ଆଘାତ ଲାଗିଥିବା ବେଳେ ଯୁବତୀଙ୍କ ହାତ ଓ ମୁହଁ ରେ ଗଭୀର କ୍ଷତ ହୋଇଛି ।

ସ୍ଥାନୀୟ ଲୋକେ ଉଭୟ ବାପା ଓ ଝିଅ ଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବାପା ଓ ଝିଅ ଙ୍କୁ କଟକ ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଯୁବତୀ ଓ ତାଙ୍କ ବାପାଙ୍କ ବୟାନ ଆଧାର ରେ ବନ୍ତ ପୋଲିସ ଅଭିଯୁକ୍ତ କୁ ଖୋଜୁଛି । 

   Related Posts