ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ସହ ଅପହରଣ ଉଦ୍ୟମ, ଗାଡିରୁ ଡେଇଁ ଯୁବକ ଗୁରୁତର

Published By : Prameya-News7 Bureau | September 06, 2021 IST

ନୀଳଗିରି ୬।୯: ନୀଳଗିରି ବ୍ଲକ୍ ଅଧିନ ବରମପୁର ଥାନା ଅଧିନ ଗରଡ଼ିହି ଅଞ୍ଚଳର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଅପହରଣ କରି ନେଉଥିବା ବେଳେ ଗାଡ଼ିରୁ ଡେଇଁ ପଡିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରେମୁଣା ଅଞ୍ଚଳର ଏକ ମାର୍ବଲ ଦୋକାନରୁ ଗରଡ଼ିହି ଅଂଚଳର ସୁବ୍ରଜିତ ମହାନ୍ତି ବାକିରେ କିଛି ସାମଗ୍ରୀ ଆଣିଥିଲେ। ପୂର୍ବରୁ ମଧ୍ୟ ଟଙ୍କା ପୈଠ କରିଥିଲେ। ଆଉ କିଛି ଟଙ୍କା ଦେବାରେ ବିଳମ୍ବ ହେବାପରେ ସୋମବାର ୧୫ରୁ ଅଧିକ ଯୁବକଙ୍କ ସହ ଦୋକାନ ମାଲିକ ସାଗର ବରମପୁର ବାଳିକା ବିଦ୍ୟାଳୟ ସାମ୍ନାରେ ସୁବ୍ରଜିତଙ୍କୁ ମାଡ଼ମାରିଥିଲେ । ଏହାସହ ଗାଡ଼ିରେ ଉଠାଇ ନେଉଥିବା ସମୟରେ ସେ ଗାଡିରୁ ଡେଇଁପଡିଥିଲେ । ପରେ ବରମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଆକ୍ରମଣ କରିଥିବା ଯୁବକମାନେ ଫେରାର ହୋଇଯାଇଥିଲେ। ପରେ ଗୁରୁତର ସୁବ୍ରଜିତଙ୍କୁ ବରମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଶରୀରରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି।  ଏନେଇ ବରମପୁର ଥାନାରେ ଅଭିଯୋଗ ହୋଇଥିବା ବେଳେ ଘଟଣାକୁ ପୋଲିସ ଗୁରୁତର ସହ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.