Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ପବ୍‌ଜୀ ନେଲା ଜୀବନ : ଖେଳିବାକୁ ମାମୁଁ ମନାକରିବାରୁ ଆତ୍ମହତ୍ୟା କଲେ ଭଣଜା

18/08/2020 at 8:16 AM

ଚାନ୍ଦବାଲି ।୮: ପବ୍‌ଜୀ ଖେଳକୁ ନେଇ ଆତ୍ମହତ୍ୟା କଲେ ଯୁବକ । ମାମୁଁ ବାରଣ କରିବାରୁ ଭଣଜା ଆତ୍ମହତ୍ୟା କରିଥିବା ଜଣାପଡିଛି । ବେକରେ ରଶି ଲଗାଇ ଭଣଜା ଜୀବନ ହାରିଛନ୍ତି। ମୃତ ଭଣଜାଙ୍କ ଘର ଚାନ୍ଦବାଲି ଥାନା ପାଣିଜରିଆ ଗ୍ରାମରେ। ମୃତକ ହେଉଛନ୍ତି ଅମୁଲ୍ୟ ସାହୁଙ୍କ ପୁଅ ଗଣେଶ । ତାଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗଣେଶ ଧାମରା ଅଞ୍ଚଳସ୍ଥିତ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ । ପୂର୍ବରୁ ଗଣେଶ ବାହାର ରାଜ୍ୟରେ ରହୁଥିଲେ। ମହାମାରୀ କରୋନା ପାଇଁ ଘରକୁ ଫେରି ଆସିଥିଲେ। ପରେ ଧାମରା ଗୁଆଁଳ ଅଞ୍ଚଳର ପ୍ରମୋଦ ସାହୁଙ୍କ ଚିଙ୍ଗୁଡି ଘେରୀରେ ସମ୍ପର୍କୀୟ ମାମୁଁଙ୍କ ସହିତ କାମ କରୁଥିଲେ। ଗଣେଶ ଅଧିକାଂଶ ସମୟରେ ନିଜ ମୋବାଇଲ୍‌ରେ ପବ୍‌ଜୀ ଗେମ୍ ଖେଳୁଥିଲେ । ଏଥିପାଇଁ ମାମୁଁ ଅସନ୍ତୋଷ ପ୍ରକାଶ କରିଥିଲେ । ଆଉ ମୋବାଇଲରେ ଏଭଳି ସମୟ ଅପଚୟ ନ କରିବାକୁ ତାଙ୍କୁ ବାରଣ କରିଥିଲେ । ଏହାକୁ ନେଇ ମାମୁଁ-ଭଣଜା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ରବିବାର ଗଣେଶଙ୍କ ମୋବାଇଲକୁ୍‌ ମାମୁଁ ଛଡ଼ାଇ ନେଇଥିଲେ । ସୋମବାର ସକାଳେ ଗଣେଶ ଘେରୀରେ ସମସ୍ତ କାମ ସାରିଥିଲେ । ଘେରୀର ଥିବା ପଲା ଭିତରେ ପଶି ବେକରେ ରଶି ଲଗାଇ ଦେଇଥିଲେ। ସାଥି କର୍ମଚାରୀ ଗଣେଶ ଝୁଲୁଥିବା ବେଳେ ଛାଟିପିଟି ହେଉଥିବା ଦେଖି ତଳକୁ ରଶି କାଟି ଓହ୍ଲାଇ ଥିଲେ । ତାଙ୍କୁ ବାସୁଦେବପୁର ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

   Related Posts