Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବାଇକ୍ କିଣିବାକୁ ଘରଲୋକ ଦେଲେନି ଟଙ୍କା, ବେକରେ ଗାମୁଛା ଲଗାଇ ଝୁଲିପଡିଲେ ଯୁବକ

11/10/2021 at 5:01 PM

ବାଲିପାଟଣା ୧୧।୧୦: ଗାଡି କିଣିବା ପାଇଁ ଟଙ୍କା ନଦେବାରୁ ଯୁବକଙ୍କ ଆତ୍ମହତ୍ୟା । ଯୁବକ ଜଣଙ୍କ ହେଉଛନ୍ତି ବାଲିପାଟଣା ଥାନା କୁଳନ୍ତିରାଶାସନ ଗ୍ରାମର ଦିବ୍ୟ ପ୍ରସାଦ ମହାନ୍ତି । ଶୋଇବା ଘରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍ ପଠାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଦିବ୍ୟପ୍ରସାଦ ଏକ ବାଇକ୍ କିଣିବା ପାଇଁ ଘରେ ୧୦ ହଜାର ଟଙ୍କା ମାଗିଥିଲେ । ମାତ୍ର ଟଙ୍କା ଦେବା ପାଇଁ ଘର ଲୋକ ରାଜି ହୋଇନଥିଲେ । ଏଥିରେ ଦିବ୍ୟପ୍ରସାଦ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ।

   Related Posts