Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ବାରେଣ୍ଟାଇନ୍ ସେଣ୍ଟରରେ ଜୀବନ ହାରିଲେ ଯୁବକ !

15/05/2020 at 11:23 AM

ବେତନଟୀ ୧୫।୫: କ୍ବାରେଣ୍ଟାଇନ୍ ସେଣ୍ଟରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବକ ଜଣଙ୍କ ଡମ୍ବୁରୁଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ ।

କ୍ବାରେଣ୍ଟାଇନ୍ ସେଣ୍ଟର ପରିସରରେ ଥିବା ଏକ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ରାଇକମା ଗାଁର ସୁରେନ୍ଦ୍ର ବେହେରା । ତାଙ୍କ ବୟସ ୩୮ ବର୍ଷ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବୈଶିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts